top of page

ଅଗଷ୍ଟ ୧୬ରୁ ଖୋଲିବ ଖଣ୍ଡଗିରି ଗାନ୍ଧୀ ଶାନ୍ତି କେନ୍ଦ୍ର।

ଦୀର୍ଘ ୫ମାସ ପରେ ଚଳିତ ମାସ ୧୬ରୁ ଖୋଲିବ ବିର୍ଲା ଗ୍ରୁପ ପରିଚାଳିତ ଖଣ୍ଡଗିରି ଗାନ୍ଧୀ ଶାନ୍ତି କେନ୍ଦ୍ର । ଏନେଇ କେନ୍ଦ୍ରର ମ୍ୟାନେଜର ଅବଦୁଲ ଆବିଦ ଖାନ ସୂଚନା ଦେଇଛନ୍ତି । ସରକାରଙ୍କ ଅନୁମତି ପରେ କୋଭିଡ କଟକଣା ଲାଗି ବନ୍ଦ ରହିଥିବା ଏ କେନ୍ଦ୍ର ଏବେ ଜନସାଧାରଣଙ୍କ ଲାଗି ଖୋଲାଯିବ ।

ମାତ୍ର ୧୦ବର୍ଷରୁ କମ ଏବଂ ୬୦ବର୍ଷରୁ ଅଧିକ ବୟସ୍କ ଶିଶୁ ଓ ବ୍ୟକ୍ତି ବିଶେଷଙ୍କୁ ଗ୍ୟାଲେରୀ ଭିତରକୁ ଛଡା ଯିବ ନାହିଁ । କେନ୍ଦ୍ର ପକ୍ଷରୁ ସରକାରଙ୍କ ସମସ୍ତ କୋଭିଡ ନିୟମ ପାଳନ କରାଯିବ ।ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଇଛି । ସେଥିପ୍ରତି କର୍ତ୍ତୃପକ୍ଷ ଯଥେଷ୍ଟ ସଚେତନ ରହିବା ସହ କର୍ମଚାରୀ ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ୍ ଦିଆଯାଇଛି ।

3 views0 comments

Recent Posts

See All

ଭୁବନେଶ୍ୱର ୨୬/୧:- ଆସ ପଢ଼ାଇବା ର ରାଜ୍ୟ ଶାଖାରେ ଆଜି ଗଣତନ୍ତ୍ର ଦିବସ ରେ ପତାକା ଉତ୍ତୋଳନ କରାଯାଇଥିଲା। ପତାକା ଉତ୍ତୋଳନ କରିଥିଲେ ଆସ ପଢ଼ାଇବା ର ଉପଦେଷ୍ଟା ଶ୍ରୀ ପ୍ରବୀର ମହାନ୍ତି । ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ମୋ

ଭୁବନେଶ୍ୱର ୨/୧:- ଆସ ପଢ଼ାଇବା ର ସାଥି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହା ଆଭାସ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ଆସ ପଢ଼ାଇବା ର ରାଜ୍ୟ ଆବାହକ ପ୍ରତ୍ୟୟ ପ୍ରଶାନ୍ତ ଏଵଂ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଶାସକ

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

bottom of page