top of page

ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ


ଭୁବନେଶ୍ବର-୧୬-୧୦/ ଆଜି ଭାରତ ବର୍ଷ ର ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ ଅବଦୁଲ କଲାମ ଙ୍କ ପବିତ୍ର ଜନ୍ମତିଥି ଭୁବନେଶ୍ବରସ୍ଥିତ ଜନ କଲ୍ୟାଣ କ୍ଲବ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସଭା ର ଆୟୋଜନ କରିଥିଲେ ସବୁଜ ଭାରତ ଓ ଲେଟ୍ ଅଷ୍ ତିଚ ସଂଗଠନ।ସଭାରେ ଉଦ୍ ଘାଟକ ଭାବେ ସର୍ବୋଦୟ ନେତ୍ରୀ ବିରଜା ଦେବୀ ଓ ମୁଖ୍ୟ ଅତିଥି ଭାବେ 'ଦୂରଦର୍ଶୀ' ର ସମ୍ପାଦକ ତଥା ବିଜେଡି ଦଳ ର ସାଧାରଣ ସମ୍ପାଦକ ଦୁର୍ଗାଚରଣ ସାମନ୍ତରାୟ ଯୋଗଦାନ କରିଥିଲେ।ସଭାରେ ଅଧ୍ୟକ୍ଷତା କରିଥିଲେ ସବୁଜ ଭାରତ ର ସଭାପତି ସତ୍ୟବ୍ରତ ଜେନା ଓ ସମ୍ମାନିତ ଅତିଥି ଭାବେଯୋଗ ଦେଇଥିଲେ 'ଆସ ପଢେଇବା' ର ରାଜ୍ୟ ଆବାହକ ପ୍ରତ୍ୟୟ ପ୍ରଶାନ୍ତ ।ସଭାରେ ଶ୍ରୀ କଲାମ ଙ୍କ ଐତିହାସିକ କାର୍ଯ୍ୟାବଳୀ ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ଏହି ସଭା କୁ ପରିଚାଳନା କରିଥିଲେ ରଶ୍ମିତା ମୁଖି ,ତନୁ ରଣସିଂହ , ମହମ୍ମଦ ଅଲ୍ଲୀ , ଅରିନ୍ଦମ ତ୍ରିପାଠୀ। ପରିଶେଷ ରେ ହିରକ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

1 view0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page