ଆସ ପଢ଼ାଇବା ତରଫୁ ଗଣତନ୍ତ ଦିବସ ପାଳନ।
ଭୁବନେଶ୍ୱର ୨୬/୧:- ଆସ ପଢ଼ାଇବା ର ରାଜ୍ୟ ଶାଖାରେ ଆଜି ଗଣତନ୍ତ୍ର ଦିବସ ରେ ପତାକା ଉତ୍ତୋଳନ କରାଯାଇଥିଲା। ପତାକା ଉତ୍ତୋଳନ କରିଥିଲେ ଆସ ପଢ଼ାଇବା ର ଉପଦେଷ୍ଟା ଶ୍ରୀ ପ୍ରବୀର ମହାନ୍ତି । ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ମୋନିକା ଭଉଣୀ ,ଯୁବ ସମାଜ ସେବୀ ସ୍ନେହସିଶ ମହାନ୍ତି ଓ ଆସ ପଢ଼ାଇବା ର ଭୁବନେଶ୍ବର ସଂଯୋଜକ ଓ ସମାଜ ସେବୀ ସତ୍ୟ ବ୍ରତ ଜେନା, ଅଧ୍ୟାପିକା ରୂପାଲି ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ସାଧାରଣତନ୍ତ୍ର ଦିବସ ର ମହତ୍ତ୍ଵ ବିଷୟରେ ଆଲୋଚନା ହୋଇଥିଲା। ଅପରାହ୍ନ ରେ ଏହି ସଂଗଠନ ତରଫରୁ ଏକ ଆଭାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଓ ଓଡ଼ିଶା ବାହାରେ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛୋଟ ଛୋଟ ପିଲା ମାନେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭ ରେ ରଞ୍ଜୁ ସାହୁ ଓ ଡୋଲେନ୍ଦିରି ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ସଭା ରେ ସଭାପତିତ୍ବ କରିଥିଲେ ଆସ ପଢ଼ାଇବା ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ କଳାହାଣ୍ଡି ରୁ ଅଧ୍ୟାପକ ଡ ଅଜୟ କୁମାର ମିଶ୍ର , ବଲାଙ୍ଗିର ରୁ ୟୁବ ନେତା ଜଗନ୍ନାଥ ଚୌଧୁରୀ , ଯାଜପୁର ରୁ ଶିକ୍ଷାବିତ୍ ସୁଧାଂଶୁ ତ୍ରିପାଠୀ, ଖୋର୍ଦ୍ଧା ରୁ ସମାଜ ସେବୀ ନୀରଦ ବରଣ ଖୁଣ୍ଟିଆ ଏବଂ ଏହି ସଭା ରେ ବିଭିନ୍ନ ଜିଲ୍ଲା ରୁ ଛୋଟ ପିଲା ମାନେ ମଧ୍ୟ ଯୋଗ ଦେଇଥିଲେ ତାଙ୍କ ଭିତରେ ଥିଲେ ଭଦ୍ରକ ର ରାଜେନ୍ଦ୍ର ଶତପଥୀ , ଲକ୍ଷ୍ମୀପଦ ବେହେରା ଓ କଳାହାଣ୍ଡି ରୁ ସଞ୍ଜୟ ସାହୁ । ଏହି ସଭା ରେ ଯୋଗ ଦେଇ ଥିଲେ ପଶ୍ଚିମ ଓଡ଼ିଶା ର ସଂଯୋଜକ ହରେଶ୍ ବାଗ, ମୟୁରଭଞ୍ଜ ଜିଲ୍ଲାର ସଂଜୋଜିକା ସୁସ୍ମିତା ପ୍ରିୟଦର୍ଶିନୀ , କଳାହାଣ୍ଡି ସଂଯୋଜକ ସନତ କୁମାର୍ ସାହୁ , ମୋନିକା ବାଗ, ରିନା ଦୁର୍ଗା, ,ରାଜେଶ୍ୱରି ବାଗ , ରୋଷ୍ନା ମହନନ୍ଦା , ବବିତା ସେଠୀଆ, ସାବିତ୍ରୀ ନାୟକ ,ତରୁଣୀ ଚାଲାଣ , ନବରଙ୍ଗପୁର ରୁ ମାୟାଧର ନାୟକ, ରାଧିକା ସାଣ୍ଟ , ବିସମ୍ବରି ମାଝୀ, ଦିପ୍ତିମୟୀ ଭୋଇ, ଟିକେଶ୍ୱରି ନାଗ , କନ୍ଧମାଳ ରୁ ହିମେଶ କୁମାର , ବୌଦ୍ଧ ରୁ ନିମାଇ ଚରଣ , ଛତିଶଗଡ ରୁ ରିନା ନିତମ, ଆସାମ ରୁ ଡାନିଏଲ୍ ଶାସ୍ତ୍ରୀ, ବରଗଡ଼ ରୁ ଯୋହାନା ସୁନା ସ୍ବପ୍ନା ନାଗ ,ଭୁବନେଶ୍ୱର ରୁ ଅଜୟ କୁମାର ପରିଡ଼ା, ସତ୍ୟବ୍ରତ ଜେନା, ସଞ୍ଜୟ କୁମାର ସାହୁ, ଢେଙ୍କାନାଳ ରୁ କମଳ କୁମାର ରାଉତ, ଭଦ୍ରକ ରୁ ନିରାକାର ବେହେରା, ବାଲେଶ୍ଵର ରୁ ନୀଳକଣ୍ଠ ଦାସ, ବଲାଙ୍ଗୀର ରୁ ଟିନା ଛତ୍ରିଆ, ଦିପ୍ତିମୟୀ ଭୋଇ, ଭୁଜବଳ ଭୋଇ, ଶୁଭଶ୍ରୀ ରଣା, ମନୋରମା ସାହୁ, କରଣ ଦୁର୍ଗା ଅନ୍ୟ ଜିଲ୍ଲାରୁ ୩୦ ସଂଯୋଜକ ମାନେ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ର ଅନୁଷ୍ଠିତ କରିବାରେ ସହଯୋଗ କରିଥିଲେ କଳାରୁଦ୍ର ଯୁବକ ସଂଘ, ନେତାଜୀ ଯୁବ ପରିଷଦ, ସବୁଜ ଭାରତ, ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ସମସ୍ତେ ମିଶିକି ରାଜ୍ଯ ଓ ରାଜ୍ୟ ବାହାରେ ଖୁବ୍ ଶୀଘ୍ର ସେଣ୍ଟର୍ ମାନ ଖୋଲିବା ନିମନ୍ତେ ସମୂହ ସଂକଳ୍ପ ନିଆଯାଇ ସଭା ସାଙ୍ଗ କରାଯାଇ ଥିଲା। ପରିଶେଶ ରେ ସ୍ନେହସିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।