top of page

ଆସ ପଢ଼ାଇବା ର ସାଥି ସମ୍ମିଳନୀ ଅନୁଷ୍ଠିତ ।

ଭୁବନେଶ୍ୱର ୨/୧:- ଆସ ପଢ଼ାଇବା ର ସାଥି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହା ଆଭାସ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ଆସ ପଢ଼ାଇବା ର ରାଜ୍ୟ ଆବାହକ ପ୍ରତ୍ୟୟ ପ୍ରଶାନ୍ତ ଏଵଂ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଶାସକ ମହେନ୍ଦ୍ର କୁମାର ମଲ୍ଲିକ , ଏବଂ କାନାଡା ର ସମାଜ ସେବୀ ସୁନନ୍ଦା ମିଶ୍ର, ଓ ବିଭିନ୍ନ ଦେଶ ର ବିଶ୍ୱ ବିଦ୍ୟାଳୟ ରେ ଅଧ୍ୟାପନା କରୁଥିବା ପ୍ରଫେସର ତନ୍ମୟ ପଣ୍ଡା। ଅତିଥି ମାନେ ଏହି ସମ୍ଫନ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ଯେ ଶିକ୍ଷା ଦାନ ଏକ ସାଧୁ କାମ ଏବଂ ବିଶ୍ୱ ଏବେ ଏହିଁ ମହାମାରୀ ର ଶିକାର ହେଉଥିବା ବେଳେ ଶିକ୍ଷା ର ବ୍ୟବସ୍ଥା ଏବଂ ପିଲା ଙ୍କ ଭବିଷ୍ୟତ ଅନ୍ଧକାର ଭିତରେ ପଶିଯାଇଛି । ତେଣୁ ଆମକୁ ବହି ପାଠ ସହିତ ନୀତି ଶିକ୍ଷା ବି ତାଙ୍କୁ ଦବାକୁ ପଡ଼ିବ ତାହାଲେ ହିଁ ଏହି ବିଶ୍ୱ ବଦଳି ପାରିବ ଏବଂ ବିଶ୍ୱ ରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ଏହି ସଭା ରେ ଯୋଗ ଦେଇ ଥିଲେ ପଶ୍ଚିମ ଓଡ଼ିଶା ର ସଂଯୋଜକ ହରେଶ୍ ବାଗ, ମୟୁରଭଞ୍ଜ ଜିଲ୍ଲାର ସଂଜୋଜିକା ସୁସ୍ମିତା ପ୍ରିୟଦର୍ଶିନୀ , କଳାହାଣ୍ଡି ସଂଯୋଜକ ମୋନିକା ବାଗ, ରିନା ଦୁର୍ଗା, ସନତ କୁମାର୍ ସାହୁ,ରାଜେଶ୍ୱରି ବାଗ , ରୋଷ୍ନା ମହନନ୍ଦା , ବବିତା ସେଠୀଆ, ସାବିତ୍ରୀ ନାୟକ ,ତରୁଣୀ ଚାଲାଣ , ନବରଙ୍ଗପୁର ରୁ ମାୟାଧର ନାୟକ, ରାଧିକା ସାଣ୍ଟ , ବିସମ୍ବରି ମାଝୀ, ଦିପ୍ତିମୟୀ ଭୋଇ, ଟିକେଶ୍ୱରି ନାଗ , କନ୍ଧମାଳ ରୁ ରୀମୁ, ଛତିଶଗଡ ରୁ ରିନା ନିତମ, ଆସାମ ରୁ ଡାନିଏଲ୍ ଶାସ୍ତ୍ରୀ, ବରଗଡ଼ ରୁ ଯୋହାନା ସୁନା ,ଭୁବନେଶ୍ୱର ରୁ ଅଜୟ କୁମାର ପରିଡ଼ା, ସତ୍ୟବ୍ରତ ଜେନା, ଢେଙ୍କାନାଳ ରୁ କମଳ କୁମାର ରାଉତ, ଭଦ୍ରକ ରୁ ନିରାକାର ବେହେରା, ବାଲେଶ୍ଵର ରୁ ନୀଳକଣ୍ଠ ଦାସ, ବଲାଙ୍ଗୀର ରୁ ଟିନା ଛତ୍ରିଆ, ଦିପ୍ତିମୟୀ ଭୋଇ, ଭୁଜବଳ ଭୋଇ, ଶୁଭଶ୍ରୀ ରଣା,କରଣ ଦୁର୍ଗା ଅନ୍ୟ ଜିଲ୍ଲାରୁ ୩୦ ସଂଯୋଜକ ମାନେ ଯୋଗ ଦେଇଥିଲେ।ରାଜ୍ଯ ଓ ରାଜ୍ୟ ବାହାରେ ଖୁବ୍ ଶୀଘ୍ର ସେଣ୍ଟର୍ ମାନ ଖୋଲିବା ନିମନ୍ତେ ସମୂହ ସଂକଳ୍ପ ନିଆଯାଇ ସଭା ସାଙ୍ଗ କରାଯାଇ ଥିଲା।

9 views0 comments

Recent Posts

See All

ଭୁବନେଶ୍ୱର ୨୬/୧:- ଆସ ପଢ଼ାଇବା ର ରାଜ୍ୟ ଶାଖାରେ ଆଜି ଗଣତନ୍ତ୍ର ଦିବସ ରେ ପତାକା ଉତ୍ତୋଳନ କରାଯାଇଥିଲା। ପତାକା ଉତ୍ତୋଳନ କରିଥିଲେ ଆସ ପଢ଼ାଇବା ର ଉପଦେଷ୍ଟା ଶ୍ରୀ ପ୍ରବୀର ମହାନ୍ତି । ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ମୋ

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page