କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର, ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ
ଭୁବନେଶ୍ୱର, ଜୁନ ୧୬(ଲୋକାଲ ୱାୟାର): ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କର ଅକ୍ସିଜେନ୍ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଛି । ସେ ଗତ ୨୬ ଦିନ ହେଲା ଚିକିତ୍ସିତ ହେଉଛନ୍ତି ।
ଆଜି ସନ୍ଧ୍ୟାରେ ସେ ଗୁରୁତର ହୋଇପଡ଼ିଥିବା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ଖବର ପାଇବା ପରେ କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଏଥିସହିତ ରାଜ୍ୟ ସରକାର ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସହାୟତା କରିବାକୁ ନିବେଦନ କରିଛନ୍ତି ।
ଲୋକାଲ ୱାୟାର