top of page

କେନ୍ଦ୍ରାପଡ଼ା ରେ କମୁଛି ସୂର୍ଯ୍ୟମୁଖୀ ଫୁଲ ର ଚାଷ।

ସରକାର ସୂର୍ଯ୍ୟମୁଖୀ ବିହନ ନଯୋଗାଇବା, ଶ୍ରମିକ ଅଭାବ ଓ ବଜାର ସୁବିଧା ହ୍ରାସ ସୂର୍ଯ୍ୟମୁଖୀ ଚାଷ କମିବାର ପ୍ରମୁଖ କାରଣ । ଦିନଥିଲା କେନ୍ଦ୍ରାପଡାର ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରି ତେଲ କମ୍ପାନୀକୁ ବିକି ଭଲ ଦୁଇ ପଇସା ରୋଜଗାର କରୁଥିଲେ । କେନ୍ଦ୍ରାପଡା, ଜୁନ ୨୪ (ଲୋକାଲ ୱାୟାର): କେନ୍ଦ୍ରାପଡା ଜିଲ୍ଲାରେ ସୂର୍ଯ୍ୟମୁଖୀ ଚାଷ କମିବାରେ ଲାଗିଛି । ସରକାର ସୂର୍ଯ୍ୟମୁଖୀ ବିହନ ନଯୋଗାଇବା, ଶ୍ରମିକ ଅଭାବ ଓ ବଜାର ସୁବିଧା ହ୍ରାସ ସୂର୍ଯ୍ୟମୁଖୀ ଚାଷ କମିବାର ପ୍ରମୁଖ କାରଣ । ଦିନଥିଲା କେନ୍ଦ୍ରାପଡାର ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରି ତେଲ କମ୍ପାନୀକୁ ବିକି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ଅମଳ ସମୟ ହେଲେ ତେଲ କାରଖାନାର ଏଜେଂଟମାନେ ଚାଷ ହେଉଥିବା ଅଂଚଳରେ ପହଁଚି ଫୁଲ ସଂଗ୍ରହ କରି ନେଉଥିଲେ । ହେଲେ ଏବେ ସୂର୍ଯ୍ୟମୁଖୀ ଚାଷ କମିଛି । ଆଉ ଦଶ ବର୍ଷ ମଧ୍ୟରେ ହୁଏତ କେନ୍ଦ୍ରାପଡା ଜିଲ୍ଲାର ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରିବେ ନାହିଁ ବୋଲି ପାଟକୁରାର ସୂର୍ଯ୍ୟମୁଖୀ ଚାଷୀ ଅଧୀର ବିଶ୍ୱାଳ କହିଛନ୍ତି । କେନ୍ଦ୍ରାପଡାର ଗରଦପୁର, ମାର୍ଶାଘାଇ, ଡେରାବିଶି, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ବ୍ଲକରେ ମୁଖ୍ୟତଃ ସୂର୍ଯ୍ୟମୁଖୀ ଚାଷ ହୋଇଥାଏ । ଦଶ ବର୍ଷ ପୂର୍ବେ ଜିଲ୍ଲାର ୮ ହଜାର ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଏବେ ଏହା ୩ ହଜାର ହେକ୍ଟରରେ ସୀମିତ ରହିଛି ବୋଲି ଜିଲ୍ଲା କୃଷକ ସଭା ସଭାପତି ତଥା କୃଷକ ନେତା ଉମେଶ ଚନ୍ଦ୍ର ସିଂହ କହିଚନ୍ତି । ଜିଲ୍ଲାରେ ଥିବା ଦୁଇଟି ତେଲ କାରଖାନା ବନ୍ଦ ହୋଇଯିବା ସୂର୍ଯ୍ୟମୁଖୀ ଚାଷ କମିବାର ପ୍ରମୁଖ କାରଣ । ଗତ ବର୍ଷ ତିନିଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଥିବା ଶ୍ରୀରାମପୁର ଗାଁର ରମେଶ ବେହେରା ଅଭାବୀ ବିକ୍ରି ଯୋଗୁଁ ଚଳିତ ବର୍ଷ ସୂର୍ଯ୍ୟମୁଖୀ ଚାଷ କରିନାହାନ୍ତି । ଜିଲ୍ଲାରେ ତେଲ କାରଖାନା ସ୍ଥାପନ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ସହ ଜମି ଓ ଆର୍ଥିକ ସହାୟତା ପ୍ରଦାନ କଲେ ସୂର୍ଯ୍ୟମୁଖୀ ଚାଷୀଙ୍କ ସମସ୍ୟା ଦୂରେଇବ ବୋଲି ରାଜନଗରର ଚାଷୀ ମନୋଜ ସୂତାର କହିଛନ୍ତି । ସୂର୍ଯ୍ୟମୁଖୀ ଲୁଣା ପାଣିରେ ବଢୁଥିବାରୁ ଜିଲ୍ଲାର ସମୁଦ୍ରକୂଳିଆ ଗାଁରେ ଏହି ଚାଷ ପାଇଁ ସୁଯୋଗ ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅନ୍ତର୍ଗତ ଜିଲ୍ଲାରେ ସୂର୍ଯ୍ୟମୁଖୀ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ସରକାରଙ୍କ କାର୍ଯ୍ୟକ୍ରମ ରହିଚି । ହେଲେ ବଜାର ସୁବିଧା ନଥିବାରୁ ଜିଲ୍ଲାରେ ସୂର୍ଯ୍ୟମୁଖୀ ଚାଷ କମୁିଛି ବୋଲି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା କହିଛନ୍ତି ।

2 views0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page