top of page

ବିଜେଡି ଦ୍ଵାରା ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଓ ସର୍ବୋଦୟ ନେତା ପ୍ରଶାନ୍ତ ମହାନ୍ତି ଙ୍କ ଜୟନ୍ତୀ ପାଳିତ।

ଭୁବନେଶ୍ବର ୨୪ -୮/ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଓ ସର୍ବୋଦୟ ନେତା ପ୍ରଶାନ୍ତ ମହାନ୍ତି ଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି।ଏହି ଦୁଇ ପ୍ରତିଥ ଯଶା ମହାନ୍ଆତ୍ମା ଙ୍କର ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରଯାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା।ସଭାରେ ଅଧ୍ୟକ୍ଷତା କରିଥିଲେ ସାମୁଖ୍ୟ ର ଆବାହକ ରବି ନାରାୟଣ ନନ୍ଦ। ଆଲୋଚନା ରେ ଅଂଶ ଗ୍ରହଣ କରି ପଣ୍ଡିତ ପ୍ରବୋଧ କୁମାର ମିଶ୍ର,ରବୀନ୍ଦ୍ର ନାଥ ଦାସ,ଚନ୍ଦ୍ରଶେଖର ସାମଲ,ଦେବରାଜ ସେନାପତି,ରେଣୁବାଳା ମିଶ୍ର,ପ୍ରବୀର ମହାନ୍ତି,ରମେଶ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ସାହୁ,ବାବା ପଞ୍ଚଦେବ ବୈକୁଣ୍ଠ ଭୋଇ ଏହି ଦୁଇ ପ୍ରତିଭା ଙ୍କର ସ୍ମୃତି ତର୍ପଣ କରିଥିଲେ। ଓଡ଼ିଶୀ ନୃତ୍ୟକଳା କୁ ଦେଶ ,ବିଦେଶ ରେ ପରିବେଷଣ କରି ଅଦ୍ଭୁତପୂର୍ବ ସ୍ଵୀକୃତି ଓ ସଫଳତା ରାଜ୍ୟ ପାଇଁ ଆଣିଥିଲେ ଡ ପାଣିଗ୍ରାହୀ,ଅନ୍ୟପଟେ ସନ୍ଥ ବିନୋବା ଙ୍କ ଭୂଦାନ ଆନ୍ଦୋଳନରେ ରେ ସମର୍ପିତ ଏକ ମହାନ୍ ସମାଜସେବୀ ଶ୍ରୀ ମହାନ୍ତି ଗାନ୍ଧୀବାଦ ଧାର ରେ ଅନେକ ଜନହିତକର କାର୍ଯ୍ୟ କରି ସାରା ଦେଶ ରେ ପରିଚିତ ହୋଇପାରିଥିଲେ ବୋଲି ସଭାରେ ମାତା ପ୍ରକାଶ ପାଇଥିଲା। ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ଦେବଯାନୀ ଦାଶ ଓ ସଭା ପରିଚାଳନା କରିଥିଲେ, ସତ୍ୟବ୍ରତ ଜେନା ଓ ମନୋରଞ୍ଜନ ନାୟକ

1 view0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page