ବିଜେଡି ପାଳନ କଲା ଚିତ୍ରଶିଳ୍ପୀ ଙ୍କ ଶ୍ରାଦ୍ଧଦିବସ ।
ଭୁବନେଶ୍ବର ୨୯/୮- ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ତରଫରୁ ଆନ୍ତର୍ଜାତିକ ସ୍ତରରେ ସୁଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଚିତ୍ରଶିଳ୍ପୀ ଡ ଦିନାନଥ ପାଠୀ ଙ୍କ ପଞ୍ଚମ ଶ୍ରାଦ୍ଧଦିବସ ପାଳନ କରାଯାଇ ଅଛି।ଏହି ଅବସର ରେ ବିଭୂତି କାନୁନଗୋ ଚାରୁକଳା ମହାବିଦ୍ୟାଳୟ ରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରା ଯାଇଥିଲା।ସାମୁଖ୍ୟ ର ରାଜ୍ୟ ସଂଯୋଜକ ଶ୍ରୀ ପ୍ରବୀର ମହାନ୍ତି ଉପସ୍ଥିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଅଧ୍ୟାପକ ଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସ୍ମୃତି ତର୍ପଣ କରିଥିଲେ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ସାମୁଖ୍ୟ ର ସଂଯୋଜକ ଶ୍ରୀ ସତ୍ୟବ୍ରତ ଜେନା,ଯୋଗେନ୍ଦ୍ର ଡାକୁଆ,ପ୍ରମୋଦ ସେଠୀ,ବସନ୍ତ କୁମାର ପାତ୍ର, ଭଗବାନ ଡାକୁଆ, ପ୍ରଭାକର ପରିଡ଼ା,ରାମଚନ୍ଦ୍ର ଘଡାଇ ପ୍ରମୁଖ ଅଂଶ ଗ୍ରହଣ କରି ସ୍ବର୍ଗତ ପାଠୀ ଙ୍କ ର ବହୁବିଧ ଗୁଣାବଳୀ ଉପରେ ଆଲୋଚନା କରି ଥିଲେ। ପରିଶେଷ ରେ ବୈକୁଣ୍ଠ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ
