ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ତରଫରୁ କବିଚନ୍ଦ୍ର କାଳୀଚରଣ ଙ୍କ ତେୟାଳିଶ ତମ ଶ୍ରାଦ୍ଧ ଉତ୍ସବ ପାଳନ ହେଲା।
ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ତରଫରୁ ଆଜି କବିଚନ୍ଦ୍ର କାଳୀଚରଣ ଙ୍କ ତେୟାଳିଶ ତମ ଶ୍ରାଦ୍ଧ ଉତ୍ସବ ପାଳନ ଅବସରରେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତି ଚାରଣ କରାଯାଇଥିଲା। ଏହି ଉତ୍ସବରେ ଯୋଗଦାନ କରିଥିଲେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରପାଠୀ, ବିଜେଡ଼ି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ ଜେନା,ସଂସ୍କୃତି ସେବକ ଲକ୍ଷ୍ମୀଧର ବେହେରା, ସାମୁଖ୍ୟ ର ଭୁବନେଶ୍ବର ସଂଯୋଜକ ସତ୍ୟବ୍ରତ ଜେନା,ବାବା ପଞ୍ଚ ଦେବ,କବିତା ସୁବୁଦ୍ଧି, ପ୍ରତ୍ୟୟ ପ୍ରଶାନ୍ତ (ମୁଖ୍ୟ ସମ୍ପାଦକ ,ସିୱା ଏକ୍ସପ୍ରେସ),ଜ୍ୟୋତିର୍ମୟୀ ପଟ୍ଟନାୟକ ପ୍ରମୁଖ।
