ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ବରପୁତ୍ର ମାନଙ୍କର ଶ୍ରାଦ୍ଧ ଉତ୍ସବ।
ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ଆଜି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଶ୍ରାଦ୍ଧ ଉତ୍ସବ ପାଳନ କରାଯିବା ସହିତ ବିପ୍ଳବୀନି ନାରୀନେତ୍ରୀ ମାଳତୀ ଚୌଧୁରୀ ଙ୍କ ର ସ୍ଵନକ୍ଷତ୍ର ଦିବସ ପାଳନ କରାଯାଇଅଛି। ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଚିଲିକା ର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହି ସଭାରେ ପୌରହିତ୍ୟ କରି ସାମ୍ମୁଖ୍ୟ ର ଆବାହକ ରବିନାରାୟଣ ନନ୍ଦ ଓ ସଂଯୋଜକ ପ୍ରବୀର୍ ମହାନ୍ତି, ଓଡ଼ିଆ ଭାଷା ଓ ନବୀନ ଓଡ଼ିଶା ଗଠନରେ ପଣ୍ଡିତ ନୀଳମଣି ବିଦ୍ୟା ରତ୍ନ ଓ ଗୋଦାବରୀଶ ମିଶ୍ର ଏବଂ ଏକ ଯଶସ୍ଵୀ ନାରୀନେତ୍ରୀ ଭାବେ ମାଳତୀ ଚୌଧୁରୀ ସମ୍ବଧରେ ଆଲୋଚନା କରିଥିଲେ।
