ଭକ୍ତ କବି ମଧୁସୁଦନ ଙ୍କର ଶ୍ରାଦ୍ଧ ଦିବସ ବିଜେଡ଼ି ପକ୍ଷରୁ ପାଳିତ।
ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଭକ୍ତକବି ମଧୁସୂଦନ ରାଓ ଙ୍କ ର ଓଡ଼ିଆ ସାହିତ୍ୟ କୁ ଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ ସାମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି।ଦର୍ଶନ ଓ ଭକ୍ତି ଭାବଧାରା ର ସାହିତ୍ୟ ସୃଷ୍ଟି କରି ସେ କିପରି କୋଟି ଉତ୍କଳୀୟ ଙ୍କ ହୃଦୟ ରେ ଏବେ ବି ବଞ୍ଚି ରହିଛନ୍ତି ତାହାର ବିବିଧ ଦୃଷ୍ଟାନ୍ତ ସେ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ଵର ସାମୁଖ୍ୟ ର ସଂଯୋଜକ ସତ୍ୟ ବ୍ରତ ଜେନା,ମନୋରଞ୍ଜନ ନାୟକ,ନିରଞ୍ଜନ ଦାସ,କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ପଟ୍ଟନାୟକ,ରୂପାଲି ସାହୁ,ଜୟନ୍ତୀ ପଣ୍ଡା ଓଯୁବ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ।