top of page

ମୁକ୍ତେଶ୍ଵର କଳାକାର ସଂଘ ତରଫରୁ ସ୍ଵାଧୀନତା ଦିବସ ପାଳିତ।





ଭୁବନେଶ୍ୱର- ୧୫-୮ :- ଆଜି ପବିତ୍ର ସ୍ୱାଧୀନତା ଦିବସ ର ୭୫ ତମ ବର୍ଷ ପୂର୍ତ୍ତି ଓ ହୀରକ ଜୟତି ଉତ୍ସବ ପାଳନ କରିଛି ମୁକ୍ତେଶ୍ଵର କଳାକାର ସଂଘ ଏହି ଉତ୍ସବ ର ମୁଖ୍ୟ ଅତିଥି ଭାବରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ର ସଂଯୋଜକ ଶ୍ରୀ ପ୍ରବୀର୍ ମହାନ୍ତି ଯୋଗଦାନ କରି ପତକା ଉତ୍ତୋଳନ କରିଥିଲେ। ଏହି ଅବସର ରେ ମହାମାନବ ମାନଙ୍କ ର ତ୍ୟାଗ ଓ ବଳିଦାନ ର ଇତିହାସ କୁ ସ୍ମରଣ କରାଯାଇଥିଲା ଏବଂ ସ୍ବାଧୀନତାର ସାର୍ଥକ ଫଳ ଆଜି ଆମେ ଉପଭୋଗ କରୁଛୁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏହି ସଭାରେ ଯୋଗଦାନ କରି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ବୈକୁଣ୍ଠ ଭୋଇ, ପ୍ରତ୍ୟୟ ପ୍ରଶାନ୍ତ ( ମୁଖ୍ୟ ସମ୍ପାଦକ, ସେୱା ଏକ୍ସପ୍ରେସ), ସତ୍ୟବ୍ରତ ଜେନା,ଅଧ୍ୟାପକ ଅଜୟ ପରିଡ଼ା, ଶୁଭମ୍ ମହାନ୍ତି ( ସମ୍ପାଦକ , ସେୱା ଏକ୍ସପ୍ରେସ), ନରେନ୍ ମହାରଣା (ସମ୍ପାଦକ , ସେୱା ଏକ୍ସପ୍ରେସ),ହୃଷିକେଶ ବେହେରା, ଦୋଳ ଗୋବିନ୍ଦ, ରଜନୀ ବୈକୁଣ୍ଠ, ସୌମ୍ୟ ରଞ୍ଜନ

18 views0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page